ମୁଖ୍ୟ ଖବର

ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

May 31, 2024

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଛକ ନିକଟରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଦୁଇ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଲେ ଛେଳିଆପଡା ଗ୍ରାମର ସନ୍ତୋଷ କୁମାର ଭଞ୍ଜଙ୍କ ପୁଅ ଭବାନୀ ଶଙ୍କର ଭଞ୍ଜ (୨୭) ଏବଂ କାଙ୍ଗୁଲା ଗ୍ରାମର ଚନ୍ଦ୍ର ଶେଖର ସେଠି (୨୪)ଙ୍କ ପୁଅ ତନ୍ମୟ ସେଠି। ଉଭୟେ ବାଇପାସରେ ପିଇବା ପାଣି ସପ୍ଲାଏ ଦିଅନ୍ତି।

ଆଜି ଅପରାହ୍ନ ସମୟରେ ବେନ୍ତପୁର ବ୍ରିଜ ତଳେ ଦୁଇ ଜଣ ବସିଥିବା ବେଳେ ବାଇପାସ୍ ରାସ୍ତା କାର୍ଯ୍ୟ କରୁଥିବା ଜଣେ ଅଧିକାରୀ ଡିଜି ଚୋରି ହୋଇଥିବା କହିଥିଲେ। ଦୁଇ ଜଣ ଡିଜି ଚୋରି ହୋଇଥିବା ନେଇ କିଛି ଯୁବକଙ୍କୁ ପଚାରିବାରୁ ଯୁବକମାନେ ଯୁକ୍ତି କରିଥିଲେ। ସନ୍ଧ୍ୟା ସମୟରେ ଛେଳିଆପଡା ରାସ୍ତା ଜାମ୍ ଥିବାରୁ ଦୁଇ ଜଣ ଯାକ କାରରେ ଯାଇ ରାସ୍ତା ଜାମ୍‌କୁ  ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଚାରୋଟି ବାଇକରେ ୮ ଜଣ ଯୁବକ ମାନେ ଆସି ପ୍ରଥମେ କାର ଉପରକୁ ପଥର ମାଡ଼ କରିଥିଲେ। କାର ଡୋର ଖୋଲି ଦେଖିଲା ବେଳକୁ ଯୁବକ ମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତନ୍ମୟ ଘଟଣାସ୍ଥଳରୁ ଖବର ଦେବା ପାଇଁ ଭବାନୀଙ୍କ ଘରକୁ ଦୌଡ଼ି ଯାଇଥିଲେ।

ଏ ପଟେ ଯୁବକ ମାନେ ଭବାନୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଖବର ଶିବ ମନ୍ଦିର ପାଖରେ ପକାଇ ଦେଇଥିଲେ। ଗାଁ ଲୋକମାନେ ଏହା ଦେଖି ଭବାନୀଙ୍କ ଘରକୁ ଖବର୍ ଦେଇଥିଲେ। ଭବାନୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣଙ୍କ ଠାରୁ ଦୁଇ ମୋବାଇଲ ଫୋନ, ସୁନା ଚେନ୍, ନଗଦ ଟଙ୍କା ଚୋରି କରି ନେଇଛନ୍ତି ବୋଲି ତନ୍ମୟ କହୁଛନ୍ତି। ଭବାନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।