ମୁଖ୍ୟ ଖବର

ବିଲରେ କାମ ତଦାରଖ କରିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

By Angul TV Bureau

May 03, 2023

ଖମାର : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ସହରଗୁରୁଜାଙ୍ଗ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଆଜି ପ୍ରାୟ ୪ ଟା ବେଳେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ଓ ଧନୁ ଦେହୁରୀ ନିକଟସ୍ଥ ପୁଟକାମୁଲ ଗ୍ରାମରେ ଥିବା ତାଙ୍କ ଜମିରେ ଜେସିବିରେ କାମ କରୁଥିଲେ ଉଭୟେ ଜମି ହୁଡାରେ ଠିଆ ହୋଇ କାମ ତଦାରଖ କରୁଥିବା ବେଳେ ଅଚାନକ ତାଙ୍କ ଉପରେ ବଜ୍ରପାତ ପଡ଼ିଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।