ମୁଖ୍ୟ ଖବର

ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ର ସିଏମଡି ହେଲେ ଉଦୟ ଏ କାଓଲେ

By Angul TV Bureau

December 20, 2023

ତାଳଚେର : କୋଇଲା ଇଣ୍ଡିଆ ଲିମିଟେଡର ସର୍ବୋଚ୍ଚ କୋଇଲା ଉତ୍ପାଦନକାରୀ ସହାୟକ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଦାୟିତ୍ଵ ଗ୍ରହଣ କରିଛନ୍ତି ଉଦୟ ଏ କାଓଲେ। ବୁଧବାର ଦିନ ଏମସିଏଲ ମୁଖ୍ୟାଳୟରେ ଆୟୋଜିତ ସୁରକ୍ଷା ସେବା ସମାରୋହରେ ତାଙ୍କୁ ସମ୍ମାନନୀୟ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଛି। ଏମସିଏଲରେ ସିଏମଡି ଭାବରେ ଯୋଗ ଦେବା ପୂର୍ବରୁ ଶ୍ରୀ କାଓଲେ ଧନବାଦର ଭାରତ କୋକିଂ କୋଇଲା ଲିମିଟେଡରେ ନିର୍ଦ୍ଦେଶକ (ବୈଷୟିକ) ଥିଲେ।

ଶ୍ରୀ କାଓଲେ ତାଙ୍କ ସହିତ କୋଇଲାଖଣି କ୍ଷେତ୍ରରେ ୩୬ ବର୍ଷର ସମୃଦ୍ଧ ବୈଷୟିକ ଏବଂ ପ୍ରଶାସନିକ ଅଭିଜ୍ଞତା ଆଣିଛନ୍ତି l ଭୂତଳ କୋଇଲାଖଣି ତଥା ଖୋଲା ମୁହାଁ ଖଣିରେ କାର୍ଯ୍ୟ କରିବାରେ ତାଙ୍କର ଦୀର୍ଘ ସମୟର ଅଭିଜ୍ଞତା ଅଛି l

ସେ ୧୯୮୭ ରେ ଜୁନିୟର ଇଞ୍ଜିନିୟରିଂ (ଟ୍ରେନି) ଭାବରେ କୋଲ ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଡବ୍ଲୁସିଏଲ୍) ଏବଂ ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ୍)ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ।