ମୁଖ୍ୟ ଖବର

ସହର ଜଳୁଛି,ଅଲଟ୍ରା ଭାଓଲେଟ୍ ଘାତକ ସାଜିପାରେ

By Biswaranjan Pattnaik

May 01, 2024

 

ଅନୁଗୁଳ: ଅନୁଗୁଳରେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତ ଚାଳିଶ ବର୍ଷ ମଧ୍ୟରେ ଏଭଳି ଲମ୍ବା ଗ୍ରୀଷ୍ମ ପ୍ରବାହ କେବେ ଦେଖିବାକୁ ମିଳି ନ ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ଆଠଟା ରୁ ସନ୍ଧ୍ୟା ଛ ଟା ଯାଏ ଘରୁ ବାହାରି ହେଉ ନାହିଁ।ସହର ଜଳିଗଲା ଭଳି ଲାଗୁଚି। ଆଜି ମଧ୍ୟ ତାପମାନ ୪୦ ଡିଗ୍ରୀ ଉପରେ ଥିଲା। ଅତ୍ୟଧିକ ଆର୍ଦ୍ରତା ଏବଂ ଅଲଟ୍ରାଭାଓଲେଟ ଇଣ୍ଡେକ୍ସ ୩ ରହିଥିଲା। ଏଭଳି ତାପମାତ୍ରା ଶରୀର ପାଇଁ ବିପଦଜନକ।

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଚର୍ମ ବିଭାଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ୍ ସାମଲଙ୍କ ମତରେ ଏଭଳି ତାପମାନରେ ବାହାରେ ବୁଲିଲେ ଚର୍ମ କର୍କଟ,ସନ୍ ବର୍ନ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୁଏ। ଦେହ ହାତ ଛୁଞ୍ଚି ଫୋଡି ହେଲା ଭଳି ଲାଗେ। ମସ୍ତିଷ୍କ ଏହା ଦ୍ବାରା ବାଧା ପ୍ରାପ୍ତ ହୁଏ। ଏଣୁ ଏଭଳି ପାଗରେ ବାହାରେ ନ ବୁଲିବାକୁ ଡ଼ା ସାମଲ ପରାମର୍ଶ ଦେଇଛନ୍ତି। ଏଭଳି ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ଧରି ହେବାର ସମ୍ଭାବନା ଥିବାରୁ ଘରୁ ବାହାରିଲେ ଅଂଶୁଘାତ ସତର୍କତା ନିୟମ ମାନି ବାହାରିବାକୁ ଡ଼ା ସାମଲ ପରାମର୍ଶ ଦେଇଛନ୍ତି ।