ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପ, ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ରହୁଛି । ସକାଳ ୮ ଘଟିକା ସମୟରୁ ଘରୁ ବାହାରକୁ ବାହାରି ହେଉ ନାହିଁ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋଭୋଲ୍ଟେଜ୍ ଯୋଗୁଁ ତାଳଚେରବାସୀ ଅତିଷ୍ଟ ହୋଇଗଲେଣି । ଏହି ବିଦ୍ୟୁତ୍ କାଟ ସମସ୍ୟାର ତୁରନ୍ତ ଆଶୁ ସମାଧାନ କରାଯିବା ପାଇଁ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଆଜି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋଭୋଲ୍ଟେଜ୍ ସମସ୍ୟାର ସମାଧାନ କରାନଗଲେ ତାଳଚେରବାସୀ ରାଜ ରାସ୍ତାକୁ ଓହ୍ଲାଇବା ସହ ଅନୁଷ୍ଠାନ ତରଫରୁ ଏନ୍.ଟି.ପି.ସି.ର କୋଇଲା ପରିବହନ ବନ୍ଦ କରାଯିବା ପାଇଁ ବାଧ୍ୟ ହେବେ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।
ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ଅନୁଷ୍ଠାନର ସଭାପତି ପଦ୍ମନ ଜେନାଙ୍କ ସମେତ ସାଧାରଣ ସଂପାଦକ କୃତି ସୁନ୍ଦର ମହାରଣା, ଉପଦେଷ୍ଟା ତଥା ଆଇନ୍ଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ସଂଜୟ ମହାପାତ୍ର, ସମାଜସେବୀ ରଂଜିତ୍ କୁମାର ମହାପାତ୍ର, ପ୍ରଦୀପ ଶତପଥି, ଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।