ମୁଖ୍ୟ ଖବର

ମରାମତି ଆଳରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ! ନ୍ଦୋଳନ କରିବାକୁ ସଜବାଜ ହେଲେଣି ଲୋକେ

By Angul TV Bureau

August 18, 2025

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଜନଅସନ୍ତୋଷ। ମରାମତି ଆଳରେ ଦିନବେଳା ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ କରାଯାଉଛି। ଯାହାକୁ ନେଇ ତାତିଛନ୍ତି ଉପଭୋକ୍ତା। ଏତଦ୍‌‌ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍‌‌ କାଟ କଷ୍ଟକୁ ଦ୍ୱିଗୁଣିତ କରିଛି।

ତୁରନ୍ତ ସମସ୍ୟାର ସମାଧାନ ନ କରାଗଲେ ଖୁବ୍‌‌ ଶୀଘ୍ର ସହରର ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ପକ୍ଷରୁ ବାଧ୍ୟ ହୋଇ ବିଦ୍ୟୁତ୍‌‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅନୁଗୁଳ କ୍ଷେତ୍ରୀୟ ମହାସଙ୍ଘର ସଭାପତି ସୁବୋଧ କୁମାର ସିଂ ଓ ୧ ନମ୍ବର ଜିଲ୍ଲା ପରିଷଦ କାଜଲ ପଟ୍ଟନାୟକଙ୍କ ସମେତ ବଡ଼କେରା ଜନ ଜାଗରଣ ମଞ୍ଚ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ମାଟିଆସାହି ସରପଞ୍ଚ ସତ୍ୟବ୍ରତ ବେହେରା, ବଡକେରା ସରପଞ୍ଚ ହାଡ଼ିବନ୍ଧୁ ବେହେରା, ତୁବେ ସରପଞ୍ଚ ଅନିଲ କୁମାର ପ୍ରଧାନ କହିଛନ୍ତି।

ଏସମ୍ପର୍କରେ ଅନୁଗୁଳ ବିଦ୍ୟୁତ ବିଭାଗର ଏସଡିଓ ସିପକ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଯଥା ଶୀଘ୍ର ଏହାର ସମାଧାନ କରାଯିବ।