ଘଟଣା ଓ ଦୁର୍ଘଟଣା

ଘରେ ରଖି ବେଧଡ଼କ ବିକୁଥିଲେ ବିଦେଶୀ ମଦ, ଚଢ଼ଉ କରି ଜଣଙ୍କୁ ଗିରଫ କଲା ପୋଲିସ

By Angul TV Bureau

December 04, 2022

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ବଳରାମ ପ୍ରସାଦ ପଞ୍ଚାୟତ କେନ୍ଦୁ ପାଟଣା ସାହିରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନ୍ତୋଷ କୁମାର ସାହୁ (୪୦)। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସନ୍ତୋଷଙ୍କ ଠାରୁ ପ୍ରାୟ ପନ୍ଦର ପ୍ରକାରର ବିଦେଶୀ ମଦ ଯଥା- ବିଅର୍, କିଙ୍ଗ ଫିସର, ରୟାଲ୍ ଷ୍ଟାଗ୍, ହୁଇସ୍କି ଆଦି ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡ଼ିଛି। ସନ୍ତୋଷ ଏହାକୁ ନିଜ ଘରେ ରଖି ବିକ୍ରି କରୁଥିଲେ। ଏସ୍ ଆଇ ବିଚିତ୍ରା ନନ୍ଦ ଲେଙ୍କା ପ୍ୟାଟ୍ରୋଲିଂ କରିବା ବେଳେ ଖବର ପାଇ ଚଢ଼ଉ କରିଥିଲେ।