ଅନ୍ୟାନ୍ୟ

ଅନୁଗୁଳ ବସ୍‌ଷ୍ଟାଣ୍ତରେ ଅବୈଧ କବ୍‌ଜା

By Angul TV Bureau

December 18, 2020

ଅନୁଗୁଳ: ଜବରଦଖଲରେ ବସ୍‌ଷ୍ଟାଣ୍ତ ଇଲାକା। ଗତ କିଛି ବର୍ଷ ଧରି ଅନୁଗୁଳ ବସ୍‌ଷ୍ଟାଣ୍ତର ଅଧିକା˚ଶ ଜାଗା କିଛି ଦୋକାନୀ ଜବରଦସ୍ତ ମାଡ଼ି ବସିଛନ୍ତି। ଅନେକ ଡ୍ରେନ୍‌ ଗୁଡ଼ିକୁ ପୋତି ଘର କରିଛନ୍ତି। ଡ୍ରେନ୍‌କୁ ପୋତିବା ଦ୍ବାରା ଆବର୍ଜନା ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଅଭିଯୋଗ ପାଇଁ ନିର୍ବାହୀ ଅଧିକାରୀ ଅଳ୍ପ କିଛି ହୋଟେଲ୍‌ ମାଲିକଙ୍କୁ ନୋଟିସ୍‌ ଦେଇଛନ୍ତି ଏବ˚ ଆ˚ଶିକ ଜବରଦଖଲ ଉଚ୍ଛେଦ କରିଛନ୍ତି। କିନ୍ତୁ ବସ୍‌ଷ୍ଟାଣ୍ତର ଅଧିକା˚ଶ ଜାଗା ଏବେ ଜବରଦଖଲରେ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।