କ୍ରୀଡ଼ା

୧୯ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳରୁ ଦୁଇ

By Biswaranjan Pattnaik

October 01, 2022

ଅନୁଗୁଳ: ୧୯ ବର୍ଷରୁ କମ ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳୀ ମନୋନୟନ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଏହି ଦଳରେ ଅନୁଗୁଳ ଜିଲ୍ଲାର ଦୁଇ ଜଣ ଖେଳାଳୀ ମନୋନୀତ ହୋଇଥିବା ଅନୁଗୁଳ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ମିଶ୍ର ଜଣାଇଛନ୍ତି।

ମନୋନୀତ ଦୁଇ ଖେଳାଳି ହେଲେ ଆୟୁଷ ବାରିକ ଓ ଶ୍ରେୟାଂଶ ଭରଦ୍ୱାଜ। ଏହି ଖେଳାଳି ଚୟନରେ ସହାୟତା କରିଥିଲେ ଶିବ ପ୍ରସାଦ ରାଉତ,ରଞ୍ଜନ ଧୀର ସାମନ୍ତ ଓ ବିରେନ ସାମଲ।