ଘଟଣା ଓ ଦୁର୍ଘଟଣା

ଫୋନରେ କଥା ହେବା ବେଳେ ଗଲା ମହିଳାଙ୍କ ଜୀବନ, କାରଣ ଅସ୍ପଷ୍ଟ

By Angul TV Bureau

October 25, 2022

ପାଳଲହଡ଼ା : ପାଳଲହଡ଼ା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁରରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମୃତା ମହିଳା ଡଲି ନାୟକ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ପାଳଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣିର ପ୍ରହଲ୍ଲାଦ ନାୟକଙ୍କ ଝିଅ ଡଲି ନାୟକ ୯ ବର୍ଷ ତଳେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ସିଆରିଆ ରେଙ୍ଗାଳିର ଗୋପାଳ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ୩ ବର୍ଷ ହେବ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିଥିଲା। ଫଳରେ ଡଲି ୩ ବର୍ଷ ହେବ ବାପ ଘର ଜୋକପାଣିରେ ରହି ଆସୁଥିଲେ। ଆଜି କୌଣସି କାମରେ ସେ ସମ୍ପର୍କୀୟ ଦାଦାଙ୍କ ଘରକୁ ଆସିଥିଲେ। ପ୍ରାୟ ଦିନ ଗୋଟାଏ ବେଳେ ଦାଦାଙ୍କ ଘର ପାଖରେ ଥିବା ପଡ଼ିଆ ନିକଟରେ ଫୋନରେ କଥା ହେଉଥିବା ସମୟରେ ସେ ଅଚେତ ହୋଇ ଯାଇଥିଲେ। ପରିବାର ଲୋକ ତୁରନ୍ତ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ପାଳଲହଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଡଲିକୁ ମୃତ ଘୋଷଣା କହିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହୃଦଘାତରେ ତାଙ୍କ ପ୍ରାଣ ଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପଠାଇ ଅଧିକ ତଦନ୍ତ ଜାରି ରଖିଛି।