ଘଟଣା ଓ ଦୁର୍ଘଟଣା

ରେଳଧାରଣା ନିକଟରୁ ଅଜଣା ବାଇକ୍ ଉଦ୍ଧାର, ମିଳୁନି ମାଲିକର ପତ୍ତା

By Angul TV Bureau

October 14, 2022

ଅନୁଗୁଳ: ବଅଁରପାଳ ବ୍ଲକ ପିଙ୍ଗୁଆ ନିକଟ ଦେଇ ଯାଇଥିବା ନାଲକୋ ରେଳ ଲାଇନ ପାଖ ବୁଦା ମୂଳରେ ଏକ ନୀଳ ରଙ୍ଗର ଅଜଣା ପଲସର (ଓଡି୧୯-ଏ-୯୭୫୪) ଲୁଚାଇ ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।

ଏନେଇ ଲୋକେ ରେଳ ଲାଇନ ନିକଟରେ ଡିଉଟି କରୁଥିବା ସୁରକ୍ଷା କର୍ମୀଙ୍କୁ ପ୍ରଥମେ ଜଣାଇଥିଲେ। ପରେ ସୁରକ୍ଷାକର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଖବର ପାଇ ବଅଁରପାଳ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ବାଇକରେ ଲାଗିଥିବା ନମ୍ବର ପ୍ଲେଟର ଠିକଣା ମିଳିନଥିବା ଜଣାଯାଇଛି।