ଘଟଣା ଓ ଦୁର୍ଘଟଣା

କୂଅରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

By Biswaranjan Pattnaik

February 26, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗାଁ ର ଏକ ଅଣଓସାରିଆ କୂଅର ୨୦ ଫୁଟ୍ ଗଭିରରୁ ଶନିବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିର ଶବ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଅନୁଗୁଳ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଅଛି। ତେବେ ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତି ଜଣକ କୂଅରେ ଖସିପଡ଼ି ମୃତ୍ୟୁ ବରଣ କରିଥିବା ଆଇଆଇସି ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି। ଶବ ବ୍ୟଵଚ୍ଛେଦ ପାଇଁ ଅନୁଗୁଳ ପଠାଇ ଦିଆଯାଇଛି। ଫୟାର ମ୍ୟାନ ସୁବୋଧ କୁମାର ପ୍ରଧାନ ସାହସର ସହ କୂଅ ଭିତରୁ ଶବକୁ ବାହାରକୁ କଢ଼ିଥିଲେ।