ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅମଲାପଡ଼ା ଅଞ୍ଚଳରୁ ଦିନ ଦ୍ବିପ୍ରହରରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ, ଅମଲାପଡ଼ା କେନାଲ ପାଖ ଏଟିଏମ ବାହାରେ ଜଣେ ଅଜଣା ବ୍ୟକ୍ତି ଶୋଇଥିବାର ଅଞ୍ଚଳ ବାସୀ ଦେଖିବାକୁ ପାଇଥିଲେ। ବହୁତ ସମୟ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ନ ଉଠିବାରୁ ସ୍ଥାନୀୟ ଲୋକେ ସନ୍ଦେହରେ ଟାଉନ୍ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ବ୍ୟକ୍ତିଙ୍କ ପରିଚୟ ଖୋଜୁଥିବା ଜଣାଯାଇଛି।