ମୁଖ୍ୟ ଖବର

କେନ୍ଦ୍ର ବଜେଟରେ ଜାତୀୟ ଜଳମାର୍ଗ-୫ ତାଳଚେର ଧାମରା ପାଇଁ ବ୍ୟୟବରାଦ

By Angul TV Bureau

February 01, 2026

ଅନୁଗୁଳ: ଆଜି ପାର୍ଲିଆମେଣ୍ଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ସବୁ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି। ଅନୁଗୁଳ ଜିଲ୍ଲାର ବ୍ରାହ୍ମଣୀ ନଦୀରେ ତାଳଚେର ଧାମରା /ପାରାଦ୍ୱୀପ ଜାତୀୟ ଜଳପଥ ୫ ଉପରେ ଗୁରୁତ୍ୱ ଦିଆଯାଇ ବ୍ୟୟବରାଦ କରାଯାଇଛି। ବିଶେଷକରି ସମସ୍ତ ବର୍ଗର ଜନସାଧାରଣଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କୃଷକ, ମହିଳା, ଯୁବକ ଓ ଗରିବ ସମସ୍ତଙ୍କୁ ଆଖି ଆଗରେ ରଖି ବଜେଟ ପ୍ରସ୍ତୃତ କରାଯାଇଛି। ଖଣିଜ କରିଡରରେ ଅନୁଗୁଳ ଜିଲ୍ଲା ତଥା ତାଳଚେର ବିଶେଷ ଉପକୃତ ହେବ।

ଢେଙ୍କାନାଳ ସାଂସଦ ଏହା ଐତିହାସିକ ବଜେଟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେହପରି ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।