ମୁଖ୍ୟ ଖବର

ରାଜ୍ୟସ୍ତରୀୟ ଚଷା ସମାଜ ସମାରୋହରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ସମ୍ବଲପୁରରେ ପ୍ରତିନିଧି ଦଳ ଧର୍ମେନ୍ଦ୍ରଙ୍କୁ ଭେଟି କଲେ ଅନୁରୋଧ

By Angul TV Bureau

November 25, 2025

କିଶୋରନଗର: ଅନୁଗୁଳ ବାମୁରଠାରେ ରାଜ୍ୟସ୍ତରୀୟ ଚଷା ସମାଜ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋଗ ଦେବାକୁ ଆଜି ସମ୍ବଲପୁର ଠାରେ ଏକ ପ୍ରତିନିଧି ଦଳ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ୮୦ ଜଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ସମାରୋହରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।

ଏଥିସହିତ ଏହି ସମାରୋହରେ ଉପସ୍ଥିତ ରହିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସହମତି ପ୍ରଦାନ କରିଥିବା ଜଣାପଡିଛି। ଏହି ସାକ୍ଷାତ ସମୟରେ ସମ୍ବଲପୁରର ଦୁଲାଲ ପ୍ରଧାନ, ଆଠମଲ୍ଲିକ ଉପଖଣ୍ଡ ଚଷା ସମାଜ ସଭାପତି ଉପେନ୍ଦ୍ର ପ୍ରଧାନ, ସମ୍ପାଦକ କ୍ରୁପାସିନ୍ଧୁ ଆବାହକ ସୁରେନ୍ଦ୍ର ପ୍ରଧାନ ପ୍ରଧାନ, ଜୟକୃଷ୍ଣ ପ୍ରଧାନ, ସୁଶାନୁ ପ୍ରଧାନ, ଦେବରାଜ ପ୍ରଧାନ, କ୍ଷୀରୋଦ ପ୍ରଧାନ, କ୍ରୁପାସିନ୍ଧୁ ବିଶ୍ବାଳ ପ୍ରମୁଖ ଚଷା ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।