ମୁଖ୍ୟ ଖବର

ଅନୁଗୁଳରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ, ମୋଦିଙ୍କ ଗରିବ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ

By Angul TV Bureau

March 03, 2023

ଅନୁଗୁଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗୁରୁବାର ତାଳଚେର କଣିହାଁ ଏନଟିପିସି ଅତିଥି ଭବନରେ ପହଞ୍ଚିବା ପରେ କଣିହାଁ ମଣ୍ଡଳ ବିଜେପି କାର୍ଯ୍ୟ କର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ।

ଶୁକ୍ରବାର କଣିହାଁରେ ତାଳଚେର ଓ ପାଳଲହଡା ବିଧାନସଭା କ୍ଷେତ୍ରର ବିଜେପିର ପ୍ରମୁଖ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମୋଦିଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନା ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ, ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ ତଥା ଲୋକସଭା ପ୍ରଭାରୀ ସୀମାଞ୍ଚଳ ଖଟେଇଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରବକ୍ତା ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ବିସ୍ତାରକ ଅମିତ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ।