ମୁଖ୍ୟ ଖବର

ଦାୟିତ୍ୱ ଗ୍ରହଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଅନୁଗୁଳ ଗସ୍ତ: ମା’ ବାୟାଣୀ,ମା’ ହିଙ୍ଗୁଳା, ମା’ ବୁଢ଼ୀ ଠାକୁରାଣୀଙ୍କୁ କରିବେ ଦର୍ଶନ

By Angul TV Bureau

July 04, 2024

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦି ସରକାରଙ୍କ ତୃତୀୟ ପାଳିରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜୁଲାଇ ୫ରେ ସେ ସମ୍ବଲପୁରରେ ପହଞ୍ଚି ସେଠାରୁ କୁଚିଣ୍ଡା ଯାଇ ମା’ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବେ। ଏହା ପରେ କୁଚିଣ୍ଡାରେ ଉପଖଣ୍ଡସ୍ତରୀୟ ସରକାରୀ ଅଧିକାରୀଙ୍କର ଏକ ବୈଠକରେ ଯୋଗଦେବେ। ତା’ ପରେ କୁଚିଣ୍ଡା ଟାଉନ ହଲ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଦେବଗଡ଼ ଜିଲ୍ଲା ଗସ୍ତ କରି ତିଳେଇବଣି ବ୍ଲକରେ ଶ୍ରୀ ସିଦ୍ଧେଶ୍ୱର ମନ୍ଦିରରେ ଦର୍ଶନ କରିବା ସହ ଗୋପାଳ ଜୀ ମନ୍ଦିରରେ ଦର୍ଶନ କରିବେ। ତା’ ପରେ ଦେବଗଡ଼ କଲେଜ ଠାରେ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ସେଠାରୁ ଅନୁଗୁଳ ଜିଲ୍ଲା ଗସ୍ତ କରି ଛେଣ୍ଡିପଦାରେ ରାତ୍ରି ଯାପନ କରିବେ।

ଜୁଲାଇ ୬ ଶନିବାର ସକାଳେ ବ୍ରାହ୍ମଣ ବିଲ ଗ୍ରାମରେ ମା’ ଡାକେଶ୍ୱରୀ ଓ ପାତ୍ରପଡାରେ ମା’ ବାୟାଣୀଙ୍କୁ ଦର୍ଶନ କରିବେ। ସେଠାରୁ ତାଳଚେର ଯାଇ ଗୋପାଳ ପ୍ରସାଦ ସ୍ଥିତ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିବେ। ସେଠାରୁ ତାଳଚେର ଧରମ ପୁର ପଞ୍ଚାୟତ ସ୍ଥିତ ଦୀନଦୟାଲ ନଗର ଯିବେ। ପରେ ଅନୁଗୁଳ ଯାଇ ମା’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିବେ। ଏହା ପରେ ତଳମୂଳ ଗ୍ରାମରେ ମା’ କନକ ଦୁର୍ଗା ମନ୍ଦିରରେ ଦର୍ଶନ କରିବେ। ସେଠାରୁ ଢେଙ୍କାନାଳ ଜିଲ୍ଲା ଆମ୍ବିଠି ଯାଇ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିବେ।

ସେଠାରୁ ଭୁବନେଶ୍ୱର ଯାଇ ଜୟଦେବ ଭବନରେ ଲୋକ ସେବକ ମଣ୍ଡଳ ଦ୍ୱାରା ଆୟୋଜିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ପୁଣ୍ୟତିଥିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସେଠାରୁ ପୁରୀ ଯାଇ ରାତ୍ରିଯାପନ କରିବେ। ଜୁଲାଇ ୭ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।