କ୍ରୀଡ଼ା

ବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

December 31, 2023

ବାଗେଡ଼ିଆ/ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଠାରେ ‘ବାଗେଡିଆ କ୍ରିକେଟ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ମାଟିରେ ଜନ୍ମ ହୋଇ ଅନେକ ସୁଯୋଗ୍ୟ ସନ୍ତାନ ନିଜର ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି। କ୍ରିକେଟ୍ ଓ ଫୁଟବଲ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଖେଳର ବାତାବରଣ ତିଆରି କରିବାରେ ବାଗେଡିଆ ଆଗରେ ରହିଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଆୟୋଜକମାନେ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିବାର ଯୋଜନା କରିଛନ୍ତି। ଖେଳୁଆଡ଼ ମନୋଭାବ ତିଆରି କରିବାରେ ବାଗେଡ଼ିଆ ଆଗରେ ଅଛି। ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବାଗେଡିଆ ଅଞ୍ଚଳର ମହାପୁରୁଷ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।