ମୁଖ୍ୟ ଖବର

ନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚାଖିଲେ ଆମ୍ରପାଲି, ମଲ୍ଲିକା ଆମ୍ବ

By Angul TV Bureau

June 18, 2023

ଅନୁଗୁଳ: ନୂଆଦିଲ୍ଲୀରେ ଅନୁଗୁଳର ସୁସ୍ୱାଦୁ ଆମ୍ବର ମଜା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋର ଗୃହ ଜିଲ୍ଲା ଅନୁଗୁଳ ବାଗଡିଆ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବକୁ ଦିଲ୍ଲୀରେ ପାଇ ଆନନ୍ଦିତ। ଆମ୍ବ ପ୍ରଦାନ କରିଥିବା ସଫଲ୍ ପ୍ରଡକ୍ଟ କମ୍ପାନୀର ଅଧିକାରୀ ପ୍ରଦୀପ୍ତ ସାହୁ ଏବଂ ଚାଷୀ ଅଜିତ୍ କୁମାର ଗଡନାୟକଙ୍କୁ ଧନ୍ୟବାଦ। ସଫଲ ପ୍ରଡକ୍ଟ, ଲାଇଭିଲି ହୁଡ୍ ଅଲଟରନେଟିଭ୍ ଏବଂ ମାଆ ବାୟାଣୀ ଏଗ୍ରୋଫେଡ୍ ଏଫପିଓର ମିଳିତ ସହଯୋଗରେ ବଗିଚାର ଆମ୍ବ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରିଛି। ଏହି ପଦକ୍ଷେପ ଯୋଗୁଁ ଗ୍ରାମୀଣ ଉତ୍ପାଦକ ଏବଂ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି। ଓଡ଼ିଶାର ଏହି ସୁସ୍ୱାଦୁ ଆମ୍ବ, ଦିଲ୍ଲୀରେ ଥିବା ଆମ୍ବ ପ୍ରେମୀମାନେ ଉପଭୋଗ କରିବେ। ଏହି ଉଦ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କିଷାନର ପରିକଳ୍ପନାକୁ ସାକାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।