ମୁଖ୍ୟ ଖବର

ସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

April 01, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାକିମପଡ଼ାଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବାଜି ରାଉତ ଛାତ୍ରାବାସ’କୁ ନିଜର ସାଂସଦ ପାଣ୍ଠି ବା ଏମପିଲାଡରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ସିହୋର ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇବା ସହ ଏହି ଚିଠିର ନକଲ ଅନୁଗୁଳ ଜିଲ୍ଲାପାଳ, ଜିଲ୍ଲା ଯୋଜନା ଅଧିକାରୀଙ୍କୁ ପଠାଇଛନ୍ତି। ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଲୋକ ବିଶେଷ ଭାବରେ ଉପକୃତ ହେବେ। ବିଶେଷ ଭାବରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଏହି ସେଣ୍ଟର ସହାୟକ ହେବ।