ମୁଖ୍ୟ ଖବର

ବଅଁରପାଳରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

February 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ଗୋତମରା ପୋଖରୀର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ପରେ ପିଏସଏସଜେ ଜୁନିୟର ମହାବିଦ୍ୟାଳୟ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ରେ ଯୋଗଦେବା ସହ କଲେଜର ଲ୍ୟାବ ଓ ଖେଳପଡ଼ିଆ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହା ପରେ ଶ୍ରୀ ପ୍ରଧାନ ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦ୍ଦୁର୍ଦ୍ଧ୍ବ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ସହଯୋଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ଉଦ୍ୟମ ପାଇଁ କେନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।