ମୁଖ୍ୟ ଖବର

ନାଲକୋନଗର ଟ୍ରକ ଓନର ୱେଲଫେୟାର ଆସୋସିଏସନର କଲ୍ୟାଣ ମଣ୍ଡପ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

April 23, 2023

ଅନୁଗୁଳ: ସ୍ଥାନୀୟ ନାଲକୋନଗର ଟ୍ରକ ଓନର ୱେଲଫେୟାର ଆସୋସିଏସନ ତରଫରୁ ନିର୍ମିତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରାୟ ଦେଢ଼କୋଟି ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ସାମାଜିକ କାର୍ଯ୍ୟକ୍ରମରେ ଲାଗି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ନାଲକୋ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ନିମନ୍ତେ କାମ କରିବାକୁ ନାଲକୋ ନିର୍ବାହୀ ନିର୍ଦ୍ଦେକଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କ ସହ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ଟ୍ରକ ଓନର ଆସୋସିଏସନର ସାଧାରଣ ସମ୍ପାଦକ ରବି ଶତପଥୀଙ୍କ ସମେତ ଅନୁଗୁଳ ଓ ନାଲକୋନଗର ଟ୍ରକ ଓନର ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ଥିଲେ।