ମୁଖ୍ୟ ଖବର

ଜୁଲାଇ ୯ ରୁ ତିନି ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ, ଦିଶା ବୈଠକ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

By Angul TV Bureau

July 08, 2026

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ୯ ତାରିଖ ଗୁରୁବାର ଠାରୁ ତିନି ଦିନ ପାଇଁ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି।ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି କଣିହାଁ ଏନଟିପିସିରେ ପହଞ୍ଚିବେ।

ଶୁକ୍ରବାର ସକାଳ ୮ ଟାରେ ପାଲଲହଡା ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବା ସହ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିବେ। ସେଠାରୁ ସେ ଦେବଗଡ଼ ଗସ୍ତ କରି ଜିଲ୍ଲାର ବିକାଶ ପାଇଁ ଦିଶା ବୈଠକରେ ଯୋଗ ଦେବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସନ୍ଧ୍ୟାରେ ସେ ଅନୁଗୋଳ ନାଲକୋରେ ପହଞ୍ଚିବେ।

ଶନିବାର ସକାଳେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ଦିଶା ବୈଠକରେ ଯୋଗ ଦେବେ। ଅପରାହ୍ନରେ ନାଲକୋ ଆରପିଡିଏସି ବୈଠକରେ ଯୋଗଦେବେ। ସନ୍ଧ୍ୟାରେ ସେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଭିମୁଖେ ଯାତ୍ରା କରିବେ। ଏହି ସୂଚନା ଜୋନାଲ ବିଜେପି ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ତିନି ଦିନିଆ ଜିଲ୍ଲା ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।