ମୁଖ୍ୟ ଖବର

ଆଠମଲ୍ଲିକ ଘାଟିରେ ଦୁର୍ଘଟଣାଗ୍ରସ୍ତ ବିଜେପି ନେତାଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

May 14, 2024

 

ଅନୁଗୁଳ: ଆଠମଲ୍ଲିକ ଘାଟି ରାସ୍ତାରେ ଦୁର୍ଘଟଣା ହୋଇ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ବଇଣ୍ଡା ଠାରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ସାରି କାର ଯୋଗେ ବିଜେପିର କିଛି ନେତା ଫେରୁଥିଲେ। ନୂଆଗଡ ଠାରେ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି କାରରେ ଅନୁଗୁଳ ଜିଲ୍ଲା ସମ୍ପାଦକ ଭବାନୀ ପ୍ରସାଦ ଜ୍ୟୋତିଷ ରାୟ, ଆଠମଲ୍ଲିକ ନଗର ସଭାପତି ଅବନୀ ପ୍ରଧାନ, ସମ୍ପାଦକ ସୁଶାନ୍ତ ପ୍ରଧାନ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଫେରୁ ଥିଲେ। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେମାନଙ୍କୁ ଚିକିତ୍ସାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି।