ମୁଖ୍ୟ ଖବର

ଦଳୀୟ ପ୍ରାର୍ଥୀଙ୍କ ସହ ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

April 02, 2024

ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ହିଙ୍ଗୁଳା ଠାକୁରଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ଉପ ସଭାପତି ତଥା ଢେଙ୍କାନାଳ ପାର୍ଲାମେଣ୍ଟ ପ୍ରଭାରୀ ଗୋଲଖ ମହାପାତ୍ର, ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ, ପାଳଲହଡା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।କେନ୍ଦ୍ରମନ୍ତ୍ରୀ କଣିହାଁ ବ୍ଲକର ପୈତୃକ ଗ୍ରାମ ନାଲମକୁ ଯାଇ ପ୍ରଭୁ ନୃସିଂହ ଠାକୁର ଙ୍କୁ ପୂଜାର୍ଚ୍ଚନା କରିଥିଲେ। ନାଲମ ଯିବା ରାସ୍ତାରେ ଏନଟିପିସି ଛକରେ ଥିବା ସହିଦ ସ୍ମୃତି ସ୍ତମ୍ଭ ଓ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।