ମୁଖ୍ୟ ଖବର

ଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

June 10, 2024

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ଗତକାଲି ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇ ଆଜି ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଓ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ଜଗନ୍ନାଥଙ୍କ ଦର୍ଶନ ସାରି ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି,ମୋ ଉପରେ ପୁଣି ଥରେ ଭରଷା କରି ମନ୍ତ୍ରୀମଣ୍ଡଳରେ ସାମିଲ କରିକରିଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦ କାରଣରୁ ଏହା ସମ୍ଭବପର ହୋଇପାରିଛି। ଜଣେ ସହଯୋଗୀ ଭାବରେ ଓଡ଼ିଶା ସମେତ ଦେଶବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିବା ସୌଭାଗ୍ୟର ବିଷୟ। ସେ ମଧ୍ୟ ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ କାମନା କରିଛନ୍ତି ।