ମୁଖ୍ୟ ଖବର

ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ

By Angul TV Bureau

September 24, 2023

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ଓ ୨୫ରେ ଦୁଇ ଦିନିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେପ୍ଟେମ୍ବର ଆଜି ସେ ପୁରୀରୁ ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ସେହି ଟ୍ରେନ ଯୋଗେ ତାଳଚେର ରୋଡ଼ ଠାରେ ପହଞ୍ଚିବେ। ପରେ ପୁନଶ୍ଚ ସେହି ଟ୍ରେନରେ ଅନୁଗୁଳ ଷ୍ଟେସନରେ ପହଞ୍ଚି ଦେବଗଡ଼ ଟାଉନକୁ ଯାଇ ସେଠାରେ ଗଣେଶ ପୂଜା ମଣ୍ଡପ ଦର୍ଶନ କରିବେ। ସେଠାରୁ ଛେଣ୍ଡିପଦା ଆସି ରାତ୍ରି ଯାପନ କରିବେ।

ସେପ୍ଟେମ୍ବର ୨୫ରେ ଛେଣ୍ଡିପଦା ପରଙ୍ଗଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଉଦଘାଟନ କରିବେ। ପରେ କଣିହାଁ ବ୍ଲକ ସାନତ୍ରିବିଡା ପଞ୍ଚାୟତର ଚନ୍ଦ୍ରବିଲ ଗ୍ରାମରେ ସହିଦ ବିକା ନାଏକଙ୍କ ଘରକୁ ଯାଇ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିବେ। ସନ୍ଧ୍ୟାରେ ସେ ତାଳଚେର ସହରର ପ୍ରସିଦ୍ଧ ଗଣେଶ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି।