ମୁଖ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟରେ ହେବେ ସାମିଲ

By Angul TV Bureau

February 26, 2026

​ଅନୁଗୁଳ : ଆସନ୍ତା ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଗସ୍ତର ପ୍ରଥମ ଦିନ ଅର୍ଥାତ୍ ୨୭ ତାରିଖ ଅପରାହ୍ନ ୪ଟାରେ ସେ କିଶୋରନଗର ବ୍ଲକର ଧଉରାପଲ୍ଲୀ ଠାରେ ପହଞ୍ଚି ଦୋଳ ଯାତ୍ରା ମହୋତ୍ସବର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଏହାପରେ ସେ ତାଳଚେର ଗସ୍ତ କରି ଦିନଦୟାଲ ନଗରରେ ଅବସ୍ଥାନ କରିବେ। ୨୮ ତାରିଖ ଦିନ ସେ ଅନୁଗୁଳରେ ଆୟୋଜିତ ଦିଶା ଏବଂ ଜିଲ୍ଲା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଗଠନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମଧ୍ୟ ସେ ଅତିଥି ଭାବେ ଯୋଗଦେବେ। ଶେଷରେ ସେହିଦିନ ଅପରାହ୍ନରେ ମନ୍ତ୍ରୀ କଟକ ଅଭିମୁଖେ ଯାତ୍ରା କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିବା ବେଳେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।