ମୁଖ୍ୟ ଖବର

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ

By Angul TV Bureau

April 14, 2023

ଅନୁଗୁଳ: କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୁଳ ଗସ୍ତ କରି ଆଠମଲ୍ଲିକ ବ୍ଲକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଅନୁଗୁଳ ସର୍କିଟ ହାଉସରେ ପହଞ୍ଚିଛନ୍ତି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ପଞ୍ଚାୟତିରାଜ ବିଭାଗରେ ରାଜ୍ୟ ସରକାର ଯେଉଁଭଳି ଦୁର୍ନୀତି କରୁଛନ୍ତି ସେ ନେଇ ଅବଗତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତିଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଚନ୍ଦ୍ରକାନ୍ତ ଧଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।