ମୁଖ୍ୟ ଖବର

ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ବିଜେପିର ବ୍ୟାପକ ପ୍ରସ୍ତୁତି

By Angul TV Bureau

May 21, 2025

ଅନୁଗୁଳ: ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ସହ ତାଳଚେର କଲେଜରେ ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ। ଏନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କରିବା ପରେ ତାଳଚେର କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ସେଠାରୁ ଅପରେସନ ସିନ୍ଦୂରକୁ ସମ୍ମାନ ଜଣାଇ ଏକ ବିରାଟ ପରାକ୍ରମ ଶୋଭାଯାତ୍ରାରେ ଯୋଗ ଦେବେ।

ଏହି ଶୋଭାଯାତ୍ରା ପାଇଁ ତାଳଚେର ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଆଜି ମଙ୍ଗଳମ କ୍ଲବ ଠାରେ ଅନୁଷ୍ଠିତ ହୋଇଛି। ବିଧାନସଭା ସଂଯୋଜକ ରତ୍ନାକର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ନେତା ବିରଞ୍ଚି ପାଣି, ଚୈତନ୍ୟ ପ୍ରଧାନ, ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଲୋକନାଥ ସାହୁ, ବୃନ୍ଦାବନ ବେହେରା, ବରୁଣ ସାହୁ, ନିରଞ୍ଜନ ପ୍ରଧାନ, ମନୋଜ ପ୍ରଧାନ, ବିଭୂତି ସାହୁ, ରଙ୍ଗାଧର ନାହାକ, ପୁପୁନା ଦାସ, ଜସ୍ମିନ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ସୌମ୍ୟ ପ୍ରସାଦ ଖୁଣ୍ଟିଆ, ସୁବାସ ପ୍ରଧାନ, ବରିଷ୍ଠ ନେତା ରାଜେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।