ମୁଖ୍ୟ ଖବର

ଆସନ୍ତା ୨୪ ରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ: ବିକାଶ କାର୍ଯ୍ୟର ଶୁଭ ଦେବାର କାର୍ଯ୍ୟକ୍ରମ

By Angul TV Bureau

December 22, 2025

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ତାରିଖରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ। ସେ ୨୩ ତାରିଖ ରାତ୍ରିରେ ତାଳଚେର ଦିନଦୟାଲ ନଗର ସ୍ଥିତ ବାସଭବନରେ ପହଞ୍ଚି ରାତ୍ରୀ ଯାପନ କରିବେ। ୨୪ ତାରିଖ ଦିନ ତାଳଚେରରୁ ବାହାରି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ।

ଆଠମଲ୍ଲିକର ଚମ୍ପତ୍ତିମୁଣ୍ଡା ଠାରେ ଥିବା ପିଏମଶ୍ରୀ ଜବାହର ନବୋଦ୍ୟୟ ବିଦ୍ୟାଳୟରେ ଏମପି ହଲ ଓ ବିବେକାନନ୍ଦ ପାର୍କର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଡିଏମଏଫ ଫଣ୍ଡରୁ ଅନୁମୋଦିତ ସାତକୋଶିଆ ମଣ୍ଡଳରେ ବାଲିଜେରେଙ୍ଗ ଠାରୁ ବେତର ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୬ କୋଟି ୭୫ ଲକ୍ଷ, ସରଧାପୁର ଠାରୁ ପଥରଗଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୩ କୋଟି ୬୦ ଲକ୍ଷ, ମାଣିକଯୋଡିକୁ ଠାରୁ କୃଷ୍ଣଚନ୍ଦ୍ରପୁର ଗଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୬ କୋଟି, ଅନ୍ତୁଳିଆ ଠାରୁ ତାବଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୩ କୋଟି ୬୦ ଲକ୍ଷ,ନୂଆଁ ବଡ଼ଦାଣ୍ଡ ସାହିକୁ ଯୋଡୁଥିବା ପୋଲ ନିର୍ମାଣକୁ ୨ କୋଟି ୫୦ ଲକ୍ଷ,ସରଧାପୁର ଠାରୁ ଗଦେଇମୁଣ୍ଡା ପର୍ଯ୍ୟନ୍ତ ଯୋଡୁଥିବା ପୋଲ ନିର୍ମାଣକୁ ୩ କୋଟି ୫୦ ଲକ୍ଷ ଆଦି ୬ ଟି ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି।

ଏସବୁ ରାସ୍ତା ଦୀର୍ଘ ୭୦ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିଥିଲା। ସନ୍ଧ୍ୟାରେ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ସାତକୋଶିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ସ୍ୱାଗତ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।