ମୁଖ୍ୟ ଖବର

ଆଜି କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

By Angul TV Bureau

August 27, 2025

ଅନୁଗୁଳ: ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜିଲ୍ଲାର ବଅଁରପାଳ ଓ କଣିହାଁ ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟରେ ଯୋଗଦେବେ।

ବଅଁରପାଳ ବ୍ଲକ ଜୋରାଗାଡ଼ିଆ ଗାଁରେ ମହୀଧରପୁର ପୁରଠାରୁ ସନ୍ତ୍ରୀ ଛକ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିବେ। ସେଠାରୁ ବଅଁରପାଳ ଛକ ଦେଇ ତାଳଚେର ବାଇପାସ, ଗୋଡ଼ିବନ୍ଧ, ସମଲ ଦେଇ ଏନଟିପିସି ଛକଦେଇ କଣିହାଁରେ ପହଁଚିବେ। କଣିହାଁରେ ପ୍ରଜାମଣ୍ଡଳ ଭବନର ଭୂମିପୂଜନ କାର୍ଯ୍ୟରେ ଯୋଗଦେଇ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଟିକିରା ନଦୀ ଉପରେ ଏକ ବ୍ରିଜର ଉଦ୍‌ଘାଟନ ପରେ ଦେବଗଡ଼ ଅଭିମୁଖେ ଯାତ୍ରାକରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।