ଅନ୍ୟାନ୍ୟ

ପ୍ରୟାସ ଫାଉଣ୍ଡେସନର ନିଆରା ପ୍ରୟାସ: ଶ୍ରୀରାମ ବେଦ ପାଠଶାଳାର ୧୧ ଜଣଙ୍କର୍ କରାଇଲା ବ୍ରତୋପନୟନ

By Angul TV Bureau

July 17, 2024

ଅନୁଗୁଳ: ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବନ୍ତଳା ସ୍ଥିତ ଶ୍ରୀରାମ ମନ୍ଦିରର ଶ୍ରୀରାମଚନ୍ଦ୍ର ବେଦ ପାଠଶାଳାରେ ଅଧ୍ୟାୟନରତ ୧୧ ଜଣ ବିଦ୍ୟାର୍ଥୀଙ୍କ ସାମୂହିକ ବ୍ରତୋପନୟନ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ଉପ ସଭାପତି ପରମାନନ୍ଦ ମିଶ୍ର, ବରିଷ୍ଠ ସାମ୍ବାଦିକ ସୁବାସ ସାହୁ, ସମାଜସେବୀ ବିଜୟ କୁମାର ମୋଦୀ, ପର୍ଶୁରାମ ଦାଶ ସହ ଅନୁଷ୍ଠାନର ମାର୍ଗଦର୍ଶକ ପଣ୍ଡିତ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପାଠଶାଳା ପ୍ରଧାନଆଚାର୍ଯ୍ୟ ପଣ୍ଡିତ ସତ୍ୟନାରାୟଣ ଦାଶଙ୍କ ଦ୍ଵାରା ପରିଚାଳିତ ହେବା ସହ ପ୍ରୟାସ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟୀ ସୌରୀ ରଞ୍ଜନ ପଣ୍ଡା, ଟ୍ରଷ୍ଟୀ ଭାବେ ଦୀପ୍ତି ରଞ୍ଜନ ଦାଶ, ଓକିଲ ଶୁଭାଶିଷ ମିଶ୍ର, ପ୍ରୀତିଶ କୁମାର ପଣ୍ଡା, ସାଇ ସ୍ଵରୂପ ସାହୁ, ଦାମୋଦର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତେବେ ପ୍ରୟାସ ଫାଉଣ୍ଡେସନ ଏହି ପରି ସାମୂହିକ ବ୍ରତୋପନୟନ କାର୍ଯ୍ୟ କର୍ମ ପ୍ରତି ବର୍ଷ କରିବ ବୋଲି ଫାଉଣ୍ଡେସନ ଅଧ୍ୟକ୍ଷା ବିନୋଦିନୀ ସାହୁ କହିଥିଲେ।