ମୁଖ୍ୟ ଖବର

ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ: ମିଳିତ ବ୍ୟାଙ୍କ ସଂଘର କର୍ମଚାରୀ ୨୪ ଘଣ୍ଟିଆ ଧର୍ମଘଟ

By Angul TV Bureau

January 27, 2026

ଅନୁଗୁଳ: ବର୍ତମାନ ୬ ଦିନିଆ କାର୍ଯ୍ୟ ଦିବସ ଥିବାବେଳେ ତାହାକୁ ୫ ଦିନ କରିବାକୁ ମିଳିତ ବ୍ୟାଙ୍କ ୟୁନିୟନ ଫୋରମ୍ ତରଫରୁ ଦୀର୍ଘ ୧୦ ବର୍ଷ ହେଲା ଦାବି କରିଆସୁଅଛି। ମିଳିତ ସଂଘର ଦାବିକୁ ସମର୍ଥନ ଜଣାଇ ଭାରତ ସରକାରଙ୍କ ଆଇବିଏ ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ ଗୋଟିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ଓ ବ୍ୟାଙ୍କ କର୍ମଚାରୀଙ୍କୁ ୫ ଦିନିଆ କାର୍ଯ୍ୟର ଆଶ୍ୱାସନା ମିଳିଥିଲା। ତେଣୁ ଏହି ଚୁକ୍ତିର କାର୍ଯ୍ୟକାରୀ କରିବାରେ ଭାରତ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଆଜି ମିଳିତ ବ୍ୟାଙ୍କ ସଂଘର କର୍ମଚାରୀ ୨୪ ଘଣ୍ଟିଆ ଧର୍ମଘଟ କରାଯାଉଛି। ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ସମସ୍ତ ସଂସ୍ଥା ୫ ଦିନ କାର୍ଯ୍ୟ ଥିବାବେଳେ ବ୍ୟାଙ୍କ କର୍ମଚାରୀ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ଏହି ବିରୋଧକୁ ସମର୍ଥନ ଜଣାଇ ସମସ୍ତ କର୍ମଚାରୀ ସହିତ ବେସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି।

ଆଜିର ଏହି ବନ୍ଦ ପ୍ରଭାବରେ ଜିଲ୍ଲାର ମୋଟ ୨୫୦ ଟି ସରକାରୀ ଓ ବେସରକାରୀ ବ୍ୟାଙ୍କର ଶାଖା ସବୁ ବନ୍ଦ ରହିଥିଲା। ଆନୁମାନିକ ୫୦୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇପାରିନଥିଲା। ଏହି ବନ୍ଦ ଡ଼ାକରାକୁ ଚନ୍ଦ୍ରଶେଖର ସାହୁ, ତପନ କୁମାର ସାହୁ, ଦେବାଶିଷ ଦାସ, ମନମୋହନ ସ୍ବାଇଁ, କିଶୋର ଚନ୍ଦ୍ର ପ୍ରଧାନ, ଅଞ୍ଜନା ପ୍ରଧାନ, ସୁନୀଲ କୁମାର ଦାଶ, ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଧର୍ମଘଟକୁ ସଫଳ କରିଥିଲେ।