ଅନ୍ୟାନ୍ୟ

ୟୁନିକ୍ ୟୁଥ୍ କ୍ଲବ୍ ର ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ଚୟନ

By Angul TV Bureau

August 04, 2026

ଅନୁଗୋଳ: ଚଳିତ ବର୍ଷ ଗଣେଶ ପୂଜା ସୁପରିଚାଳନା ପାଇଁ ୟୁନିକ୍ ୟୁଥ୍ କ୍ଲବ୍, ବଜାର ପଡ଼ାର ପୂଜା ମଣ୍ଡପ ପରିସରରେ କ୍ଲବ୍ ସଦସ୍ୟ ଦୀପକ ସାହୁଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ କ୍ଲବ୍ ର ସମସ୍ତ ପଦାଧିକାରୀ ଓ ସଦସ୍ୟ ଯୋଗ ଦେଇଥିଲେ। ପ୍ରଥମେ ପୂର୍ବ ବର୍ଷର ଆୟ-ବ୍ୟୟର ବିବରଣୀ ପାଠ କରାଯାଇଥିଲା। ପରେ ଉପଦେଷ୍ଟା କମିଟି ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ସଭାପତି ରିତେନ୍ଦ୍ର ସେନାପତି, କାର୍ଯ୍ୟକାରୀ ସଭାପତି ସନ୍ତୋଷ ବେଜ, ସମ୍ପାଦକ ଦୀପକ କୁମାର ସ୍ୱାଇଁ, ଉପସଭାପତି ଦିବ୍ୟ ରଞ୍ଜନ ଜେନା, ଆଶିଷ ସାହୁ, ସମୀର ସାହୁ ସହ-ସମ୍ପାଦକ ବଳଦେବ ଶର୍ମା, ହାଇଦର ଅଲ୍ଲୀ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୀପକ ସାହୁ, ସହ-କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ଜେନା, ଏମ୍.ଡି ଆକ୍ରମଙ୍କୁ ଚୟନ କରାଯାଇଛି।

ପୂଜାକୁ ମହାଆଡମ୍ବରରେ ପାଳନ କରିବା ସହ ମାର୍ଗଦର୍ଶନ ପାଇଁ ଉପଦେଷ୍ଟା ମଣ୍ଡଳୀରେ ବିଜୟ ଜେନା, ଅନିଲ ରାଉତ, ଅକ୍ଷୟ ଜେନା, ରଞ୍ଜିତ ମାଣ୍ଡୋଠୀଆ, ପ୍ରଦୀପ ଜେନା, ଆଶିଷ ଅଗ୍ରୱାଲ, ଗୋବିନ୍ଦ ମୋଦୀ, ଏମ୍.ଡି ସକିଲ୍ ଏବଂ ସୁଶାନ୍ତ ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି।