{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":1},"is_sticker":false,"edited_since_last_sticker_save":true,"containsFTESticker":false}

ମୁଖ୍ୟ ଖବର

ନାଲକୋ ନଗରରେ ଅସୁରକ୍ଷିତ ଝିଅ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ଯୁବକ ଗିରଫ

By Angul TV Bureau

July 20, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା ଅଞ୍ଚଳରେ ଦୁଇଟି ପୃଥକ ମାମଲାରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆଜି କୋର୍ଟ ଚାଲାଣ ହୋଇଛନ୍ତି।

ପ୍ରଥମ ଘଟଣାରେ, ବଳରାମ ପ୍ରସାଦ ଗ୍ରାମର ମହମ୍ମଦ ମୁସ୍କେଲି କ୍ୟୁରେସି (୧୯) ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ କରିଥିଲେ। ପରେ ଅଭିଯୁକ୍ତ ଜଣକ ନାବାଳିକାର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ନାବାଳିକା ଅସୁସ୍ଥ ହେବାରୁ ଘଟଣା ପଦାକୁ ଆସିଥିଲା। ପରିବାର ଲୋକଙ୍କ ଏତଲା ଭିତ୍ତିରେ କେସ ନଂ ୨୨୯/୨୬ ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅନ୍ୟ ଏକ ଘଟଣାରେ, ମାନ୍ୟାବେଡ଼ା ଅଞ୍ଚଳର ସ୍ମୁତି ରଞ୍ଜନ ନାୟକ (୧୯) ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଶାରୀରିକ ସମ୍ପର୍କ ରଖିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେସ ନଂ ୧୩୦/୨୬ ରେ ମାମଲା ରୁଜୁ କରି ନାଲକୋ ପୋଲିସ ଅଭିଯୁକ୍ତ ସ୍ମୁତି ରଞ୍ଜନଙ୍କୁ କଣ୍ଟାବଣିଆ ଥାନା ଅଞ୍ଚଳରୁ ଗିରଫ କରିଛି। ଉଭୟ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି।