ମୁଖ୍ୟ ଖବର

ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ

By Angul TV Bureau

January 21, 2025

ଅନୁଗୁଳ: ବେଙ୍ଗାଲୁରୁର ଭାରତ ଗ୍ଲୋବାଲ ମୋବିଲିଟି ଏକ୍ସପୋରେ ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ କରାଯାଇଛି। ଏହାକୁ ଦେଖିବାକୁ ଗ୍ରାହକଙ୍କ ଭିଡ ଲାଗିଛି। ସ୍ଥାନୀୟ ସରଳା ଏଭିଏସନ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ଛ’ ଜଣ ବସିପାରିବେ। ଘଣ୍ଟା ପ୍ରତି ୨୫୦ କିମି ବେଗରେ ଏହା ଉଡି ପାରିବ। ପ୍ରାରମ୍ଭିକ ଅବସ୍ଥାରେ ଏହା କୋଡିଏ ରୁ ତିରିଶ କିମି ପର୍ଯ୍ୟନ୍ତ ଉଡ଼ିବ। ୨୦୨୮ ମସିହାରେ ଏହା ବଜାରକୁ ଆସିବ ବୋଲି ଜଣାପଡିଛି।