ଘଟଣା ଓ ଦୁର୍ଘଟଣା

ରାସ୍ତାରେ ଓଲଟିଲା ଅଟୋ ରିକ୍ସା, ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଉପଜିଲ୍ଲାପାଳ

By Angul TV Bureau

December 27, 2022

ଅନୁଗୁଳ: ଆଜି ଜାତୀୟ ରାଜପଥ ରନ୍ତଲେଇ ନିକଟରେ ଏକ ଅଟୋ ରିକ୍ସା ଓଲଟି ପଡିଥିବା ବେଳେ ଆହତଙ୍କୁ ଉପଜିଲ୍ଲାପାଳ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅନୁଗୁଳ ଉପ ଜିଲ୍ଲାପାଳ ବଇତୁରା ଦୀପ୍ ସେମାନଙ୍କୁ ନିଜ ସରକାରୀ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଜଣାଯାଇଛି। ସୂଚନା ମୁତାବକ, ବଡ଼କେରା ଆଡ଼ୁ ଅନୁଗୁଳ ଅଭିମୁଖେ ଆସୁଥିବା ଅଟୋ ରିକ୍ସା ରନ୍ତଲେଇ ଠାରେ ଏକ ଗାଈ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଅଟୋ ରିକ୍ସାରେ ଥିବା ବଡ଼କେରା ଅଞ୍ଚଳର ସେବତୀ ସାହୁ (୪୦), ଲକ୍ଷ୍ମୀପ୍ରିୟା ବେହେରା(୪୦) ଓ ମୂଷାପାପୁଲି ଅଞ୍ଚଳର ଜିତାରାଣୀ ସାହୁ(୩୨) ଏବଂ ତାଙ୍କ ଝିଅ ଶାଳିନୀ(୮) ଆହତ ହୋଇ ରାସ୍ତାରେ ପଡିଥିଲେ। ସେମାନଙ୍କୁ ଦେଖି ଉପ ଜିଲ୍ଲାପାଳ ଶ୍ରୀ ଦୀପ୍ ଗାଡ଼ି ଅଟକାଇ ଡାକ୍ତରଖାନା ଆଣି ଚିକିତ୍ସା କରାଇଛନ୍ତି। ଆହତମାନେ ଚିକିତ୍ସା ପରେ ଘରକୁ ଫେରିଯାଇଥିବା ସୂଚନା ମିଳିଛି।