ମୁଖ୍ୟ ଖବର

ଜାନୁଆରୀ ୩୧ ରେ ତାଳଚେର ମେଡିକାଲ୍ କଲେଜକୁ ହାତକୁ ନେବେ ସରକାର, ପରିଦର୍ଶନ କରି ସମୀକ୍ଷା କଲେ ଉପଜିଲ୍ଲାପାଳ

By Angul TV Bureau

December 23, 2022

ତାଳଚେର: ତାଳଚେର ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ଗୁରୁବାର ସ୍ଥାନୀୟ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି।

ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ ଏହି ହସ୍ପିଟାଲକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଏଣୁ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉପଜିଲ୍ଲାପାଳ କୋଇଲା ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ରଥ, ନେହେରୁ ଶତାବ୍ଦୀ ସେଂଟ୍ରାଲ୍ ହସ୍ପିଟାଲ୍ ଆରସିଏମଓ ଡ.ସି. ହଳଧର,ଏନସିବି କଂପାନୀର ନିର୍ଦ୍ଦେଶକ ଜ୍ଞାନରଂଜନ ସାମଲ ଓ ଅନ୍ୟାନ୍ୟ କୋଇଲା ଖଣି କର୍ତ୍ତୃପକ୍ଷ ମେଡିକାଲ୍ କଲେଜ୍ ବୁଲି ଦେଖିଥିଲେ।

ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପଦ୍ମଚରଣ ସାମଲ, ବିଭୂତି ଭୂଷଣ ପଟ୍ଟନାୟକ, ଚୈତନ୍ୟ ପ୍ରଧାନ, କେଶବ ଭୂତିଆ, ଚିନ୍ତାମଣି ମହାପାତ୍ର, ବାଉରୀବନ୍ଧୁ ବେଜ, ଅଭୟ ପାଣି, ସୁକାନ୍ତ ଦାସ, ଗଗନ ବିହାରୀ ଦାସ, ବିନୋଦ ଲାଲ, ପ୍ରଫୁଲ୍ଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।