ଅନୁଗୁଳ: ଆଜି ପୂର୍ବାହ୍ନରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ଅତ୍ୟାଧୁନିକ ପରୀକ୍ଷାଗାର ଜିଲ୍ଲାପାଳ ଅବ୍ଦାଲ ଏମ ଅଖତରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।
ଏହି ଲାବରେ ସମସ୍ତ ପ୍ରକାର ବାଇଓ କେମିକାଲ ଟେଷ୍ଟ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯିବ। ଏ ଅବସରରେ କଲେଜର ପ୍ରିନ୍ସିପଲ, ସୂପରିନଟେଣ୍ଡେଣ୍ଟଙ୍କ ସମେତ ସିଡ଼ିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଜ୍ଞାନ ଆହରଣ କରିବା ସହ ଭବିଷ୍ୟତରେ କିଭଳି ରୋଗୀ ସେବା କରିବେ ସେଥିନେଇ ଦିଗ୍ଦର୍ଶନ ଦେଇଥିଲେ ।