ମୁଖ୍ୟ ଖବର

ସହରାଞ୍ଚଳ ଜନ ସମ୍ପର୍କ ସମ୍ମିଳନୀ

By Biswaranjan Pattnaik

June 13, 2026

ଅନୁଗୋଳ: ଅନୁଗୋଳ ପୌରପାଳିକା ସଭା କକ୍ଷରେ ଶୁକ୍ରବାର ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ଭାଗିଦାରୀ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସହରର ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ।

ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ, ଅଧ୍ୟାପକ ପ୍ରଭାତ କୁମାର ସିହ୍ନା, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା, ପ୍ରଦୀପ ପ୍ରଧାନ,ଦିଲୀପ ଦାସଙ୍କ ସମେତ ସ୍ବେଚ୍ଛାସେବୀ ଆଦ୍ୟାଶ୍ଲୋକ ମିଶ୍ର, ବିଦେଶୀ ନାୟକ, ସତ୍ୟ ସୁନ୍ଦର ଦାସ, ହରିନାରାୟଣ ମୋଦି, ଡ଼ା ଭରତ ପ୍ରଧାନ ତଥା ଅନ୍ୟ ବହୁ ବରିଷ୍ଠ ନାଗରିକ ଯୋଗ ଦେଇ ନିଜ ନିଜର ମତାମତ ଓ ସହରର ସମସ୍ୟା ଉପରେ ଆଲୋକପାତ କରିଥିଲେ।

ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ସହରର ଆଲୋକୀକରଣ ବ୍ୟବସ୍ଥା, ନୂତନ ଡ୍ରେନ୍ ବ୍ୟବସ୍ଥା, ଭୂତଳ ବିଦ୍ୟୁତ୍ ତାର ପରିବହନ ବ୍ୟବସ୍ଥା, ଅତ୍ୟାଧୁନିକ ଗୋ ଶାଳା, କୁକୁର ଶାଳା, କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ନିଜର ଅଭିମତ ରଖିଥିଲେ। କାର୍ଯ୍ୟାଳୟ ବରିଷ୍ଠ ସହାୟକ ଶୁଭାଶିଷ ମିଶ୍ର ସଭା ପରିଚାଳନାରେ ସହାୟତା କରିଥିଲେ।