କ୍ରୀଡ଼ା

୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚମ୍ପିଆନସିପ୍ ଉଦଯାପିତ: ୧୦୦ ଜଣ ହାତେଇଲେ ସ୍ଵର୍ଣ୍ଣ ପଦକ

By Angul TV Bureau

June 11, 2023

ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ୨୯ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ରବିବାର ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଳଲହଡା ବିଧାୟକ ମୁକେଶ ପାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ବବିତା ପ୍ରଧାନ, ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗଦେଇଥିଲେ। ପ୍ରତିଯୋଗିତାରେ ମୋଟ ୩୯୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନ ସିପରେ ସବଜୁନିଅର ବିଭାଗରେ କେନ୍ଦୁଝର ଚାମ୍ପିୟନ ହୋଇଥିବା ବେଳେ ଖୋର୍ଦ୍ଧା ରନର୍ସ ଅପ ଏବଂ ଅନୁଗୁଳ ଦ୍ୱିତୀୟ ରନର୍ସ ଅପ ହୋଇଥିଲା।ସେହିପରି ଜୁନିଅର ବିଭାଗରେ ଖୋର୍ଦ୍ଧା ଚାମ୍ପିୟନ ହୋଇଥିବା ବେଳେ କେନ୍ଦୁଝର ରନର୍ସ ଅପ ଏବଂ ଅନୁଗୁଳ ଦ୍ୱିତୀୟ ରନର୍ସ ଅପ ହୋଇଛି। ସେହିପରି ସିନିଅର ବିଭାଗରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଥିବା ବେଳେ କେନ୍ଦୁଝର ରନର୍ସ ଅପ ଏବଂ ପୁରୀ ଟିମ ଦ୍ୱିତୀୟ ରନର୍ସ ଅପ ହୋଇଛି।

ଉଷୁ ଚାମ୍ପିୟନ ସିପରେ ବରଗଡ଼ ଟିମ ମୋଷ୍ଟ ପ୍ରମିଜିଙ୍ଗ ଟିମ ଭାବେ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି କେନ୍ଦୁଝରର ରାଜେଶ ମୁଣ୍ଡା ବେଷ୍ଟ ମେଲ ଫାଇଟରର ଆଖ୍ୟା ପାଇଥିବା ବେଳେ ସୁନ୍ଦରଗଡ଼ର ରିୟା ଠାକୁର ବେଷ୍ଟ ଫିମେଲ ଫାଇଟରର ଆଖ୍ୟା ପାଇଥିଲେ।

ସେହିପରି ଖୋର୍ଦ୍ଧାର ଆଶୁତୋଷ ମହାରଣା ବେଷ୍ଟ ତାଉଲୁ ମେନର ଆଖ୍ୟା ପାଇଥିବା ବେଳେ ଖୋର୍ଦ୍ଧାର ପାୟଲ ପଟ୍ଟନାୟକ ବେଷ୍ଟ ତାଉଲୁ ମହିଳାର ଆଖ୍ୟା ପାଇଛନ୍ତି। ପ୍ରତିଯୋଗିତାର ଉତ୍ତୀର୍ଣ୍ଣ କୃତି ପ୍ରତିଯୋଗୀମାନେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଜାତୀୟ ୟୁଷୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଏହି ଚାମ୍ପିୟନ ସିପରେ ସମୁଦାୟ ୧୦୦ ଜଣ ସ୍ବର୍ଣ୍ଣ ପଦକ, ୧୦୦ ଜଣ ରୌପ୍ୟ ଏବଂ ୧୮୦ ଜଣ ବ୍ରୋଞ୍ଜ ପଦକ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ୟୁଷୁ ଆସୋସିଏସନର ଅଧ୍ୟକ୍ଷ ଇଂ ଏସ୍ ଏସ୍ ହରିଚନ୍ଦନ, ଆଇ ପି ଇ ପ୍ରଶାନ୍ତ କୁମାର ସିହ୍ନା, ୟୁଷୁ ଆସୋସିଏସନର ସଭାପତି ଡ.ବିଷ୍ଣୁ ମୋହନ ମହାନ୍ତି, ଟେକନିକାଲ ଡାଇରେକ୍ଟର ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ସମ୍ପାଦକ ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।