ମୁଖ୍ୟ ଖବର

ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଉଦଘାଟନ କଲେ ଜିଲ୍ଲାପାଳ

By Angul TV Bureau

March 27, 2023

ଅନୁଗୁଳ: ଅନୁଗୁଳରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏ ଅବସରରେ ବାଳାଶ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ନିମନ୍ତେ ସେ ଉପସ୍ଥିତ ଥିବା ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ବାଳାଶ୍ରମ ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିପଦପୂର୍ଣ୍ଣ ଗୃହଗୁଡିକ ଭାଙ୍ଗି ନୂତନ ଗୃହ ନିର୍ମାଣ ଓ ଆଲୋକିକରଣ କରିବା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କର୍ଷ ମୁର୍ମୁ, ଶିଶୁ ମଙ୍ଗଳ କାର୍ଯ୍ୟ ତୁଲାଇବା ପାଇଁ ଅତିରିକ୍ତ ଦାୟିତ୍ବ ପାଇଥିବା ଢେଙ୍କାନାଳ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ, ଜିଲ୍ଲା ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଅନୁଗୁଳ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସଂଜିବ କର, ଚାଇଲ୍ଡ ଲାଇନର ସଦସ୍ୟ ଓ ଅନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପରିଚାଳନା କରିଥିଲେ।