ଅନ୍ୟାନ୍ୟ

ଆଠମଲ୍ଲିକରେ ଉତ୍କଳ ଦିବସ କାର୍ଯ୍ୟକ୍ରମ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛାତ୍ରଛାତ୍ରୀ

By Angul TV Bureau

April 01, 2023

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଶନିବାର ଉତ୍କଳ ଦିବସ ପାଳିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳୁ ଡାକ ବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମନଜୋର ଛକ ନିକଟସ୍ଥ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧୀଛକ ସ୍ଥିତ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଓ ଗଣେଶ ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ପରେ ବ୍ଲକ ସଭାଗୃହ ଠାରେ ଉତ୍କଳ ଦିବସ ଉପଲକ୍ଷେ ପ୍ରଶାସନ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦକିଶୋର ମହାକୁଡ଼, ସାହିତ୍ୟିକ ଦେବେନ୍ଦ୍ର କୁମାର ପ୍ରଧାନ ଓ କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ଯୋଗଦେଇଥିଲେ। ଏ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।