ଅନ୍ୟାନ୍ୟ

ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

By Biswaranjan Pattnaik

April 01, 2024

ଅନୁଗୁଳ: ଅମଲା ପଡ଼ା ଦୁର୍ଗାପୂଜା ସଭାକକ୍ଷରେ ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ। ଶ୍ରୀ ଦାଶ ନିଜ ଅଭିଭାଷଣରେ ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ କିପରି ଗଠିତ ହୋଇଥିଲା ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଆଇନଜୀବୀ ଦିଲୀପ ମହାନ୍ତି ଯୋଗ ଦେଇ ଓଡ଼ିଶାର ସ୍ୱାଭିମାନ,ଓଡ଼ିଆ ଭାଷା ର ଗୁରୁତ୍ଵ ଏବଂ ଆମ ସଂସ୍କୃତିକୁ କିଭଳି ରକ୍ଷା କରାଯିବ ତା ଉପରେ ମତ ରଖିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ ଅନୁଗୁଳ ଜିଲ୍ଲାର ଦୃତ ବିକାଶ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରିଥିଲେ। ଏକ ସବୁଜ,ସୁନ୍ଦର୍ ପ୍ରଦୂଷଣମୁକ୍ତ ଅନୁଗୁଳ ସହର ଗଠନ କରିବାକୁ ପୌରପାଳିକା ପ୍ରୟାସ ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ। ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହାପରେ ବିଦ୍ୟାଳୟ ର କିଛି କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।