ଅନ୍ୟାନ୍ୟ

୮୯ ତମ ଉତ୍କଳ ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର

By Biswaranjan Pattnaik

April 02, 2024

ଅନୁଗୁଳ: ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ କମ୍ପାନୀ ପରିସରରେ ଆୟୋଜିତ ହୋଇଛି। ଏ ଅବସରରେ କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହଁନ୍, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ୍ ଏବଂ ଅନ୍ୟ ଅଧିକାରୀମାନେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଅନ୍ୟାନ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ପରମ୍ପରାକୁ ନେଇ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁମର ନୃତ୍ୟ ସହିତ ଲାଇଭ ବ୍ୟାଣ୍ଡର ଅପୂର୍ବ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଏଥିସହ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ନେଇ କ୍ଵିଜ ପ୍ରତିଯୋଗିତା ହେବା ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିଭଳି ଓପି ଜିନ୍ଦଲ ସ୍କୁଲ ପରିସରରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏଥିରେ ସ୍କୁଲର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗଦେଇଥିଲେ। ଏହି ସମାରୋହରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି, କମ୍ପାନୀ ମାନବ ସମ୍ବଳ ବିଭାଗ ମୁଖ୍ୟ ଶୁଭଦୀପ ଖାଁ, ପ୍ରବନ୍ଧକ ଶରତ କୁମାର୍ ପଣ୍ଡାଙ୍କ ସମେତ ସୀମା ମଲ୍ହଁନ, ଜିନ୍ଦଲ ମହିଳା ସମିତିର ଅଧ୍ୟକ୍ଷା ଅନିତା ମିତ୍ତଲ୍, ସ୍କୁଲର ଅଧ୍ୟକ୍ଷା ଡ଼ା ସୋନାଲି ବସୁ ପ୍ରମୁଖ ଉତ୍କଳ ବରପୁତ୍ର ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।