ଅନୁଗୁଳ: ରବିବାର ଜିଲ୍ଲା ଜେଲରେ କରୋନା ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଏମ୍-ରାଇଟ ପ୍ଲାନ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଏହି ଟିକାକରଣ ହୋଇଥିଲା। ଏହି ଅଭିଯାନରେ ୩୫୦ ଜଣ ଟିକା ନେଇଥିଲେ। ପ୍ଲାନ୍ ଇଣ୍ଡିଆ ତରଫରୁ ବିପିଓ କଳ୍ପନା ସାହୁ, ସୁରେଶ ନାଏକ, ବିକାଶ ସାହୁ ସହଯୋଗ କରିଥିଲେ।