ମୁଖ୍ୟ ଖବର

ଗୁରୁବାର ଜିଲ୍ଲା ମହକୁମାରେ ଟିକାକରଣ ବନ୍ଦ

By Biswaranjan Pattnaik

April 29, 2021

ଅନୁଗୁଳ: ଗୁରୁବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ କୋଭିଡ଼ ଟିକାକରଣ ବନ୍ଦ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା କଳାକେନ୍ଦ୍ରଠାରେ ହିତାଧିକାରୀଙ୍କୁ ଟିକା ଦିଆଯାଉଥିଲା। ସେଠାରେ ହାଉଜାଉ ଭିଡ଼ ଯୋଗୁଁ ଏଣିକି ଦୁଇ କେନ୍ଦ୍ର ଯଥା- କଳାକେନ୍ଦ୍ର ଓ ଟାମୁଡ଼ା ମଣ୍ଡପଠାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ବୁଧବାର ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ଗୁରୁବାର ଅନିବାର୍ଯ୍ୟ କାରଣବଶତଃ ଜିଲ୍ଲା କଳାକେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲେ ହେଁ ବନ୍ଦର ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇନାହିଁ।