ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଏକ ଚୋରା ଶାଳ ଗଡ଼ ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୁଲିସ। ସୂଚନା ଯେ, ବୁଧବାର କୁଶକିଳା ଗାଁ ନିକଟ ଜଙ୍ଗଲରୁ ୬ଟି ଶାଳ ଗଡ଼ ବୋଝେଇକରି ଚେରା ଚାଲାଣ କରୁଥିବା ଏକ ପିକ୍ଅପ୍ ଭ୍ୟାନ୍( ଓଆର-୧୯ବି-୪୮୦୪) ଆସୁଥିବା ବେଳେ ଗ୍ରାମବାସୀମାନେ ଅଟକାଇଥିଲେ। ଏଥିସହ ଚାଳକ ଓ ମାଲିକଙ୍କୁ ଅଟକ ରଖିଥିଲେ। ଖବରପାଇ ଜରପଡ଼ା ରେଞ୍ଜର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ତେବେ ଗ୍ରାମବାସୀ ଗାଡ଼ି ଓ ଅଭିଯୁକ୍ତଙ୍କୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିନଥିଲେ। ଏ ନେଇ ବନ ବିଭାଗ ତରଫରୁ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କୁଶକିଳା ଗାଁରେ ପହଞ୍ଚି କାଠସହ ଗାଡ଼ିକୁ ଜବତ କରିବାସହ ଅଭିଯୁକ୍ତ କୋଶଳା ଗାଁର ସୌମ୍ୟ ରଞ୍ଜନ ସାହୁ(୨୩) ଗାଡ଼ି ମାଲିକ ଓ ଚାଳକ ଝିଣ୍ଟିପାଳ ଗାଁର ଯୋଗୀ ନାଏକ(୨୬)ଙ୍କୁ ଗିରଫକରିଥିଲେ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।