ଅନୁଗୁଳ: ଶୁକ୍ରବାର ରଥଯାତ୍ରା ଭିଡ଼ରେ ଥାନା ଛକ ନିକଟରେ ଜଣେ ମହିଳା ଡାକ୍ତରଙ୍କ ଠାରୁ ମନି ପର୍ସ ଚୋରି ହୋଇଛି। ଏନେଇ ଡାକ୍ତର ଜଣକ ସଂଗେ ସଂଗେ ନିକଟରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସକୁ ଜଣାଇଥିଲେ। ଡାକ୍ତରାଣୀଙ୍କ ଅଭିଯୋଗ କ୍ରମେ ସନ୍ଦିଗ୍ଧ ମହିଳାଙ୍କୁ ଥାନାକୁ ନେଇ ତଦନ୍ତ କରିବାରୁ ମନିପର୍ସ ମିଳିଥିଲା। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ମହିଳା ବିନିକା ଦେବୀ (୨୬)କୁ ଗିରଫ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ଆଣିବାକୁ କୋର୍ଟକୁ ପ୍ରାର୍ଥନା କରିଛନ୍ତି।